Atasi Kusuma (Part: 7)
₹169.00
ISBN NO-978-93-6175-941-3
୧୯୬୫ ମସିହା ଜାନୁଆରୀ ମାସ ୧୫ ତାରିଖ କେନ୍ଦ୍ରାପଡା ଜିଲ୍ଲାର କଅଁରପୁରଠାରେ ମାତା ସରସ୍ବତୀ ନାୟକ ଏବଂ ପିତା ନଟବର ନାୟକଙ୍କ କୋଳମଣ୍ଡନ କରନ୍ତି ବିଶିଷ୍ଟ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ ତଥା ବାସ୍ତବବାଦୀ କବି ଡଃ. ନିର୍ମଳ କୁମାର ନାୟକ ।
କର୍ମକୁ ଆଦରି ମାତୃଭୂମି ଛାଡ଼ି ସେ ମହାରାଷ୍ଟ୍ରର ନାଗପୁରଠାରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ମାତୃଭୂମି ତଥା ମାତୃଭାଷାର ମମତା ତାଙ୍କୁ ମାନସ ଭାବେ ବାନ୍ଧିରଖୁଛି ନିଜ ପାଖରେ । ହୁଏତ ସେହି କାରଣରୁ ତାଙ୍କ ଲେଖନୀ ଚାଲିଛି ଏକ ଅସରନ୍ତି ସ୍ୟାହିର ମାର୍ଗରେ । ତାଙ୍କର ବିଭିନ୍ନ ଲେଖା ପତ୍ରପତ୍ରିକାଠାରୁ ନେଇ ଖବରକାଗଜ ଇତ୍ୟାଦିରେ ମଧ୍ଯ ପ୍ରକାଶିତ । ଜଣେ ଲୋକପ୍ରିୟ ତଥା ଉଦାର ଚରିତ୍ର ସହ ସାହିତ୍ୟ ଅନୁରାଗୀ ଭାବେ ସେ ବେଶ୍ ପରିଚିତ । ଅତସୀ କୁସୁମର ପୂର୍ବ ଛ’ ଗୋଟି ପୁସ୍ତକର ପାଠକାଦୃତି ତଥା ଲୋକପ୍ରିୟତା କ୍ରମେ ପ୍ରକାଶ ହେଉଛି ଅତସୀ କୁସୁମର ସପ୍ତମ ଭାଗ । କବିଙ୍କ କଲମର ଦୀର୍ଘାୟୁ କାମନା ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
Reviews
There are no reviews yet.