Manthana
₹179.00
ISBN-978-93-6175-791-4
ଓଡିଶାର ପ୍ରଥିତ ଯଶା କବି ଗଙ୍ଗାଧର ମେହେରଙ୍କ ପଣନାତୁଣୀ ହେଉଛନ୍ତି କବୀ ରାଜଶ୍ରୀ ମେହେର । କବି ତୀର୍ଥ ବରପାଲି କବିଙ୍କ ପବିତ୍ର ବାସ ଗୃହ “କବି ଭବନ” ରେ ଜନ୍ମ ଗ୍ରହଣ କରିବା କବୀଙ୍କ ଜୀବନରେ ସୌଭାଗ୍ୟ ଆଣି ଦେଇଛି ବୋଲି କବୀ କୁହନ୍ତି ଭାବ ବିହ୍ବଳ କଣ୍ଠରେ । ସ୍ବଭାବ କବିଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିବା ହେତୁ ଗଙ୍ଗାଧରୀୟ ଚେତନାରେ ଗଭୀର ଭାବରେ ଅନୁପ୍ରାଣୀତ ତାଙ୍କ ଅନ୍ତଃପ୍ରାଣ । ମେହେର ସାହିତ୍ୟ ଅନୁଶୀଳନ କରିବାର ପ୍ରେରଣା ତାଙ୍କୁ କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ରୀ ସ୍ଵର୍ଗତ ମାଧବୀ ମେହେର ଅର୍ଥାତ ଲେଖିକା ଙ୍କ ମାତା ପ୍ରଚୋଦିତ କରି ଆସିଛନ୍ତି କୈଶୋର କାଳରୁ ଏବଂ ତାଙ୍କ ନିକଟରୁ ଲାଭ କରିଛନ୍ତି ବଳିଷ୍ଠ ପ୍ରେରଣା ମଧ୍ଯ । ଯଦିଓ ପିଲା ଦିନରୁ କବିତା ଲିଖନ ଓ ପଠନ ପ୍ରତି ତାଙ୍କ ଅହେତୁକ ଆଗ୍ରହ ରହି ଆସିଛି ବର୍ତ୍ତମାନ ପରିପ୍ରେକ୍ଷୀରେ ସାହିତ୍ୟର ଶାଶ୍ଵତ ଭାବନା ତାଙ୍କୁ ଆଚ୍ଛନ୍ନ କରି ରଖିଛି ସଦା ସର୍ବଦା । କବୀ ଙ୍କ “ବିଭୁ ଚିନ୍ତନ ” ଓ “ଝରା ଶ୍ରାବଣ ” ନାମକ ଦୁଇଟି ସଙ୍କଳନ ପୂର୍ବରୁ ପ୍ରକାଶିତ ହୋଇ ସାରି ଥିବା ବେଳେ “ମନ୍ଥନ ” ତାଙ୍କ ତୃତୀୟ ସଙ୍କଳନ ଅଟେ । ଏହି ନୂତନ ସଙ୍କଳନ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ରଖୁଛୁ ।
Reviews
There are no reviews yet.