Natya Manasa
₹169.00
ISBN-978-93-6175-223-0
ନାଟ୍ୟକାର ଲିଙ୍ଗରାଜ ନାହାକ ସାମ୍ପ୍ରତିକ ସମୟର ଜଣେ ଚର୍ଚ୍ଚିତ ନାଟ୍ୟକାର, ପ୍ରାବନ୍ଧିକ ଓ ଲୋକ ନାଟକ ଗବେଷକ। ଏହାଛଡା ସେ ଜଣେ ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ଶିଶୁ ସାହିତ୍ୟିକ ଓ ସ୍ତମ୍ଭକାର। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ସ୍ଥିତ ଲୋକନାଟକର ଗାଁ ସୁନାଥରରେ ପିତା ସ୍ବର୍ଗତ ସଇତ ନାହାକ ଓ ମାତା ସ୍ବର୍ଗତା ଯମୁନା ଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ୧୯୫୫ ମସିହା ଅଗଷ୍ଟ ପହିଲାରେ ଜନ୍ମ। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସେ ଫାର୍ମାସିଷ୍ଟ ହେଲେ ମଧ୍ୟ ଜଣେ ସଫଳ ନାଟ୍ୟକାର। ତାଙ୍କ ରଚିତ ୩୨ ଖଣ୍ଡ ନାଟକ, ୧୨ ଖଣ୍ଡ ଶିଶୁ ନାଟକ ଓ ୩ ଖଣ୍ଡ ଗୀତିନାଟ୍ୟ ବିଭିନ୍ନ ରଙ୍ଗମଞ୍ଚରେ ମଞ୍ଚସ୍ଥ ଓ ପ୍ରକାଶିତ। ଲୋକସାହିତ୍ୟ ଓ ଲୋକନାଟକ ସମ୍ପର୍କରେ ସେ ବହୁ ପ୍ରବନ୍ଧର ସ୍ରଷ୍ଟା। ତାଙ୍କ ସମ୍ପାଦିତ ଗବେଷଣା ସଙ୍କଳନ “ରାମ ନାଟକ” ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଭୁବନେଶ୍ୱର ଦ୍ବାରା ୨୦୧୮ ମସିହାରେ ପ୍ରକାଶିତ। ସେହିପରି ତାଙ୍କ ରଚିତ ଗଞ୍ଜାମ ଜିଲ୍ଲାର ୬୪ ଗୋଟି ଲୋକନୃତ୍ୟ ଉପରେ ଆଧାରିତ ଗ୍ରନ୍ଥ ‘ଗଞ୍ଜାମ ଲୋକ ନାଟକ ଇତିହାସ’ ପ୍ରକାଶ ଅପେକ୍ଷାରେ ରହିଛି। ‘ ନାଟ୍ୟ ମାନସ ‘ ହେଇଛି ତାଙ୍କର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ନାଟ୍ୟ ପ୍ରବନ୍ଧ ଗୁଡିକର ଏକ ସଂକଳନ।
ସମ୍ପ୍ରତି ସେ କଳା, ସାହିତ୍ୟ, ସଂସ୍କୃତି ପ୍ରତିଷ୍ଠାନ “ନାଟକ ଏକାଡେମୀ” ର ପ୍ରତିଷ୍ଠାତା ଓ ନାଟ୍ୟ ପତ୍ରିକା ‘ରଙ୍ଗମଞ୍ଚ’ ର ମୁଖ୍ୟ ସମ୍ପାଦକ।
— ପ୍ରକାଶକ
Reviews
There are no reviews yet.