Smruti Farua
₹169.00
Isbn-978-93-6976-802-8
ଓଡ଼ିଆ ଭାଷା ଓ ସାହିତ୍ୟରେ ଜଣେ ଆଗଧାଡ଼ିର ଜନପ୍ରିୟ ନାରୀକବି ହିସାବରେ ଯେଉଁ କେତେଜଣ ହାତଗଣତି କବୟତ୍ରୀ ନିଜକୁ ସାରା ଓଡ଼ିଶାରେ ସୁପ୍ରତିଷ୍ଠିତ କରି ପାରିଛନ୍ତି, ମାଟି ତଥା ମାତୃଭାଷାର ଅନ୍ତରାତ୍ମାର ଆବାଜକୁ ଜନ ମାନସରେ ଏକ ଆନ୍ଦୋଳନର ରୂପ ଦେଇପାରିଛନ୍ତି, ନିଜର ଦୃଢ଼ ଇଚ୍ଛାଶକ୍ତି ଓ ସାଂଗଠନିକ ପ୍ରତିଭା ବଳରେ ଆଗାମୀ ଯୁବ ପିଢ଼ିକୁ ସାହିତ୍ୟ ଆଡ଼କୁ ଅଗ୍ରସର କରିବାରେ ସଫଳ ହୋଇପାରିଛନ୍ତି, ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ାରେ ଅବସ୍ଥିତ ରାଜ୍ଯସ୍ତରୀୟ ସାହିତ୍ଯ ଅନୁଷ୍ଠାନ ” ମଧୁମୟ ସାହିତ୍ୟ ପରିବାର ” ର ପ୍ରତିଷ୍ଠାତ୍ରୀ କବୟତ୍ରୀ ରାଜଶ୍ରୀ ମେହେର ନିହାତି ଭାବରେ ଆଦ୍ଯ ସ୍ମରଣୀୟ । ବଂଶାବଳୀକୁ ବିହଙ୍ଗାବଲୋକନ କଲେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର କବି ପ୍ରତିଭା ତାଙ୍କ ରକ୍ତରେ ପ୍ରବାହିତ ହେଉଥିବାରୁ ତାଙ୍କ ଲେଖନୀରୁ ସ୍ବତଃ ଝରି ଆସିଥାଏ ଗଙ୍ଗାଧରୀୟ ଚିନ୍ତାଧାରା, ଆଧ୍ୟାତ୍ମିକତା ଓ ପ୍ରକୃତି ଉପାସନା। ପୂଜ୍ଯ ପୂଜାର ଜୟଗାନ କରିବାରେ ତାଙ୍କର ଲେଖନୀ କେବେ କୃପଣତା ପ୍ରଦର୍ଶନ କରି ନ ଥାଏ, ଆଧୁନିକତାକୁ ସ୍ବୀକୃତି ଦେବାବେଳେ ସଂସ୍କୃତିକୁ ଅଣଦେଖା କରି ନ ଥାଏ, ନାୟକ ନାୟିକାମାନଙ୍କର ଗୁଣଗାନ କଲା ସମୟରେ ପାର୍ଶ୍ବ ଚରିତ୍ରକୁ କେବେ ଅବହେଳା କରି ନ ଥାଏ। ତାଙ୍କର ନିରପେକ୍ଷ ବକ୍ତବ୍ଯ, ସୁମଧୁର ବାର୍ତ୍ତାଳାପ, ନିରଳସ ମନୋଭାବ, ନିରହଙ୍କାର ମୁଖମଣ୍ଡଳ ଏବଂ ଗୁଣକୁ ଚିହ୍ନି ଯଥୋଚିତ ସମ୍ମାନ ଦେବାର ମାନସିକତା ହିଁ ତାଙ୍କୁ ସାଧାରଣ ସ୍ତରଠାରୁ ଅସାଧାରଣ ସ୍ତର ଆଡ଼କୁ ଅଗ୍ରସର କରାଇବାରେ ସତେ ଯେପରି ଗୋଟିଏ ଗୋଟିଏ ଅନନ୍ଯ ଉତ୍’ପ୍ରେରକ ସଦୃଶ ଭଳି ମନେହୁଏ।
ଧର୍ମରାଜ ପ୍ରଧାନ


Reviews
There are no reviews yet.