EMAIL: info@jecpublication.com PHONE: +91 8416955630
Add to Wishlist

Jharaa Shrabana

129.00

ସାମ୍ପ୍ରତିକ ଝାରସୁଗୁଡ଼ା ଜିଲ୍ଲାର ସାହିତ୍ୟ ଜଗତରେ ରାଜଶ୍ରୀ ମେହେର ଏକ ପରିଚିତ ନାମ।ବରଗଡ଼ ଜିଲ୍ଲାର ବରପାଲି ଠାରେ
ସ୍ବଭାବ କବିଙ୍କ ପବିତ୍ର କୁଟୀରରେ ଜନ୍ମ ଗ୍ରହଣ କରନ୍ତି ୧୯ ୬୯ ମସିହା ସେପ୍ଟେମ୍ୱର ମାସ ୧୯ ତାରିଖରେ। ସ୍ଵଭାବ କବିଙ୍କ ପ୍ରପୌତ୍ରୀ ସ୍ବର୍ଗତା ମାଧବୀ ମେହେର ହେଉଛନ୍ତି ତାଙ୍କ ମାତା ଏବଂ ପିତା ହେଉ ଛନ୍ତି ସ୍ବର୍ଗତ ମୁରଲୀ ମେହେର । ଅନେକ ଅନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ କାର୍ଯକ୍ରମ ମାନ ଆୟୋଜନ କରି ଆସୁଛନ୍ତି ଏ ଯାବତ।
” ମଧୁମୟ ସାହିତ୍ୟ ପରିବାର ‘ ନାମକ ଏକ ଅନୁଷ୍ଠାନ ଗଠନ ପୂର୍ବକ ତାର ସୁପରିଚାଳନା ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। କବିତା,ଗଳ୍ପ, ରଚନା ସହିତ ଭାଷା ସାହିତ୍ୟ ପ୍ରତି ଯୋଗଦାନ ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ତଥା ସଂବର୍ଦ୍ଧିତ। ତାଙ୍କ ପ୍ରଥମ ସଙ୍କଳନ ” ବିଭୁ ଚିନ୍ତନ ‘ ନିକଟରେ
ଲୋକାର୍ପଣ ହୋଇ ପାଠକ ମହଲରେ ଆଦୃତି ଲାଭ କରିଛି। ସ୍ଵଭାବ କବିଙ୍କ ମହନୀୟ ଜୀବନ ଦର୍ଶନ ଉପରେ ଆଧାରିତ ପୁସ୍ତିକା ” ଝରା ଶ୍ରାବଣ ‘ ହେଉଛି କବିଙ୍କ ଦ୍ଵିତୀୟ ସଙ୍କଳନ।” ମଧୁମୟ ‘ “ଜ୍ୟୋତିର୍ମୟୀ ‘ ତଥା ଝାରସୁଗୁଡ଼ା ଜିଲ୍ଲାର କବି ଲେଖକଙ୍କ ପରିଚୟ ବହନ କରୁଥିବା କ୍ଷୁଦ୍ର ପୁସ୍ତକ “ଏ ମାଟିର ସ୍ରଷ୍ଟା, ସମ୍ପାଦନା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ଝାରସୁଗୁଡା ଜିଲ୍ଲା ମୁଖ ପତ୍ର ” ଦୁଲଦୁଲି ‘ ଏବଂ କିଶୋର ସ୍ମୃତି ‘ ପତ୍ରିକା ସମ୍ପାଦନା କ୍ଷେତ୍ରରେ ମଧ୍ୟ ତାଙ୍କ ସକ୍ରିୟ ଭୂମିକା ରହିଛି। ଭାଷା ସାହିତ୍ୟ ପ୍ରତି ସର୍ବଦା
ସମର୍ପିତ ରାଜଶ୍ରୀ ମେହେରଙ୍କ ପ୍ରାଣ ନିଜ ଜନ୍ମ ମାଟି ଓ କର୍ମ ଭୂମି ପ୍ରତି କୃତଜ୍ଞତାର ଭାବ ତରଙ୍ଗରେ ସର୍ବଦା ଛଳ ଛଳ। ସ୍ବଭାବ କବିଙ୍କ ଗୁଣ ଗାନ କରି ନିଜ ଋଣି ଜୀବନ କୁ ସାର୍ଥକ କରିବାର ତୀବ୍ର ଅଭିଳାଷା ରୁ ସୃଷ୍ଟି ହୋଇଛି ତାଙ୍କ ଖଣ୍ଡ କାବ୍ୟ ” ଝରା ଶ୍ରାବଣ ‘ । ଏ ପୁସ୍ତକ ପାଠକୀୟ ଆଦୃତି ଲାଭ କରିବ ବୋଲି ଆମର ବିଶ୍ୱାସ ରହିଲା।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Jharaa Shrabana”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×