Nepathyara Astaraga
₹149.00
ISBN- 978-93-6175-439-5
ଦିନେଶ ଭୋଇ
ବରଗଡ଼ ଜିଲ୍ଲାର କଟାପାଲି ଗ୍ରାମ ଅନ୍ତର୍ଗତ ମାତା ନିଳେନ୍ଦ୍ରୀ ଭୋଇ ଓ ପିତା ଆଦିତ୍ୟ ଭୋଇଙ୍କ ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଆ ସାହିତ୍ୟାକାଶର ଜ୍ୟୋତ୍ସ୍ନାଧୌତ ତରୁଣ କବି ଭାବରେ ବେଶ୍ ପରିଚିତି ଲାଭ କରିଛନ୍ତି ତାଙ୍କ ” କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ” ରୂପୀ ସାହିତ୍ୟିକ ପରିବେଷ୍ଟନୀରେ l
ସାହିତ୍ୟ ପତ୍ରିକା ସହ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ବିଦ୍ୟାର୍ଥୀ ଏବଂ ପ୍ରାଧ୍ୟାପକ ମାନଙ୍କୁ ନେଇ ନିର୍ଦ୍ଧିଷ୍ଟ ବିଷୟ ଉପରେ ସାହିତ୍ୟ ଆଲୋଚନା, କବିତା ଆସର,ନବୋଦୟ କବି କଳିକାଙ୍କୁ ଉତ୍ସାହିତ ଏବଂ ସାହିତ୍ୟ ପତ୍ରିକା ମାଧ୍ୟମରେ ପାଠକ ତଥା ସାହିତ୍ୟ ପ୍ରୀତି ପ୍ରିୟତମାସୁ ଭବନରେ ଏକ ଅନନ୍ୟ ସ୍ଥାନ ରଖିପାରିଛନ୍ତି ତାଙ୍କ କଲା ଦହନା ଅନୁଷ୍ଠାନ ମାଧ୍ୟମରେ l ତାଙ୍କ ଏଯାବତ୍ ପ୍ରକାଶିତ ପୁସ୍ତକ ଗୁଡିକ ମଧ୍ୟରେ ହେଲା : ମାଁ ଦଶମତୀ ପୁରାଣ (୨୦୨୧ -୨୨) , ମାଁ ଦଶମତୀ ପୁରାଣ ଦ୍ଵିତୀୟ ସଂସ୍କରଣ (୨୦୨୩), ପ୍ରେମାନୁରାଗ (୨୦୨୧ – ୨୩ ), ନେପଥ୍ୟର ଅସ୍ତରାଗ (୨୦୨୪ -୨୫) l ଅଦ୍ୟାବଧି ତାଙ୍କ ପ୍ରକାଶ ଅପେକ୍ଷାରେ ଥିବା ପୁସ୍ତକ ଗୁଡିକ ହେଲା : କୁଲିତା ଜାତିର ଇତିହାସ ଓ ସଂସ୍କୃତି (୨୦୨୩ – ୨୪), ମାଁ କମଗେଇ ପୁରାଣ (୨୦୨୩),ମାଁ ରାମଚଣ୍ଡୀ ପୁରାଣ (୨୦୨୩), ଉତ୍ପଳାକ୍ଷୀ(୨୦୨୩), କୋସଲି କବି ଓ କବିତା,ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଇତ୍ୟାଦି ଲୋକ ସଂସ୍କୃତି ଏବଂ ଜାତି ଜନଜାତି ଉପରେ ଗବେଷଣା ମୂଳକ ଲେଖା ଜାରି ରହିଛି l
Reviews
There are no reviews yet.