Prateekshya
₹139.00
ପୃଥିବୀର ପ୍ରତ୍ୟେକ ସାହିତ୍ୟ ରେ ସର୍ବପ୍ରଥମେ କବିତାର ହିଁ ଅୟଆରମ୍ଭ ଘଟିଛି । ଚର୍ଯ୍ୟାଗୀତିକା, ସାରଳା ଦାସଙ୍କ କାବ୍ୟ ରଚନା ଓ ପଞ୍ଚସଖା ଯୁଗର କାବ୍ୟ କବିତା ଠାରୁ ଆରମ୍ଭ କରି ଆଜିର ଅତ୍ୟାଧୁନିକ କବିମାନଙ୍କ ରଚନା ପର୍ଯ୍ୟନ୍ତ ଆମ ଓଡ଼ିଆ ଭାଷା ସାହିତ୍ୟ ହୃଷ୍ଟପୃଷ୍ଟ ଭାବେ ପରିପୁଷ୍ଟ। କବିତାରେ ସବୁ ସମ୍ଭବ କେତେବେଳେ ଫୁଲଗଛ କଥା କୁହେ ତ କେତେବେଳେ ପକ୍ଷୀଟିଏ ନୃତ୍ୟ କରେ। କେବେ ଝରଣା ଏଠି ଗୀତ ଗାଏ ତ କେବେ ପାହାଡ଼ ଏଠି ବାଦ୍ୟ ବଜାଏ। କେବେ ମୟୂର ଏଠି ଲୁଚକାଳି ଖେଳିବାରେ ଅଭ୍ୟସ୍ତ ଥାଏ ତ ପୁଣି କେବେ ଭଅଁର ବୀଣା ବଜାଏ ତ ଆଉ କେବେ ଗୋଲାପଟିଏ ହସୁ ଥାଏ। କବିତା ସାହିତ୍ୟ ହିଁ ଜନମାନସକୁ କରେ ମାର୍ଜିତ ଓ ବାଟ ଦେଖାଏ ନୂଆ ନୂଆ ଆଶା ଓ ସ୍ୱପ୍ନର ନଗର।
ଆଜି ଆମ ଚାଳିଶି କବିମାନଙ୍କ କଲମ ମୂନରେ ଗଢ଼ା ଆମର ପତ୍ରିକା “ପ୍ରତୀକ୍ଷା” କେବଳ ପୁସ୍ତକରେ ସୀମିତ ନ ରହି , ଏହା ସାରା ଦୁନିଆର ଓଡ଼ିଆ ପ୍ରେମୀ ମାନଙ୍କ ମାନସରେ ନୂତନ ଚିନ୍ତା ଓ ଚେତନା ଜାଗୃତ କରୁ ତଥା ନୂତନ ଲେଖକ, ଲେଖିକା ମାନଙ୍କ ପାଇଁ ପ୍ରେରଣା ସାଜି ସେମାନଙ୍କୁ ସାହିତ୍ୟ ଉନ୍ମୁଖୀ କରୁ ବୋଲି ଆମର ଆଶା ଓ ବିଶ୍ୱାସ ।
Reviews
There are no reviews yet.