Smrutisudha
₹159.00
ISBN NO:-978-93-6175-601-6
ଛାତ୍ରୀ ଜୀବନରୁ ସାହିତ୍ୟରେ ରୁଚି ରଖୁଥିବା ଶ୍ରୀମତୀ ନର୍ମଦା ଦାସ ନାୟକ ଜଣେ ସନ୍ତାନ ବତ୍ସଳା ସୁଗୃହିଣୀ ଆଦର୍ଶ ଶିକ୍ଷୟିତ୍ରୀ ଗାଳ୍ପିକା ନାରୀକବି ରୂପେ ସୁପରିଚିତା l ଦୀର୍ଘବର୍ଷଧରି ସ୍ୱକୀୟ ଅନୁଭୂତି ଅଭିଜ୍ଞତା କୁ ପାଥେୟ କରି ଜୀବନର କଣ୍ଟକିତ ପଥରେ ବାଟ ଚାଲୁ ଚାଲୁ ସାରସ୍ୱତ ସାଧନାରୁ ବିଚ୍ୟୁତ ନ ହୋଇ ସତ୍ୟ ଶିବ ସୁନ୍ଦରର ଉପାସନାରେ ରହିଛନ୍ତି ନିମଜ୍ଜିତା l୧୯୬୬ମସିହା ଫେବୃଆରୀ ମାସ ପହିଲା ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଏକ ଛୋଟ ପଲ୍ଲୀ ଗାଁରେ ପିତା ଶ୍ରୀ ରାମଚନ୍ଦ୍ର ଦାସ ମାତା ଅହଲ୍ୟା ମଞ୍ଜରୀ ଙ୍କ କୋଳ ମଣ୍ଡନ କରି ଜନ୍ମ ନେଇଥିଲେ ହେଁ ନିଜସ୍ୱ ପ୍ରତିଭା ବଳରେ ସାହିତ୍ୟ ଜଗତରେ ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି l ତାଙ୍କର ଲେଖନୀ ନିଃସୃତ ତୃତୀୟ ସୃଷ୍ଟି “ସ୍ମୃତି ସୁଧା “ରେ ମାନବ ଜୀବନଦର୍ଶନ ସାମ୍ପ୍ରତିକ ସମାଜର ଚିତ୍ର ଉତ୍ତୋଳିତ ସହ ମାନବିକତାର ବାର୍ତ୍ତା ବହନ କରୁଥିବା ଭିନ୍ନ ଭିନ୍ନ ସ୍ୱାଦର କବିତା ଗୁଡିକ ପାଠକୀୟ ଆଦୃତି ଲାଭ କରିବ ଏହା ନିଃ ସନ୍ଦେହ ll
-ପ୍ରକାଶକ
Reviews
There are no reviews yet.