Raga Biplabini
₹159.00
ଲୁହ ଲହୁକୁ ନିତିଦିନ ମିଶାଣ ଫେଡାଣ କରି ଜୀବନକୁ ଆଗକୁ ଆଗକୁ ବାଟ ଦେଖାଉଥିବା ମଣିଷଟିଏ । ଜଣେ ସୁଦକ୍ଷା ଔପନ୍ୟାସିକା ଏବଂ ନିପୁଣ କବୀ ଭାବରେ ଯେତିକି ପରିଚିତ, ବୋଧହୁଏ ତହିଁରୁ ଅଧିକ ଜଣେ ସମାଜସେବୀ ଭାବରେ ବେଶ୍ ଜଣାଶୁଣା । ନିତି ପ୍ରତି ଲୁହକୁ ପୋଛି ନିଜର ଆତ୍ମ ସନ୍ତୋଷ ଲାଭ କରୁଥିବା ମହିୟସୀ ନାରୀ ଡ.ଜୟନ୍ତୀ ଜେନା । ନା ମୋହ ନା ମୋହ ଭିତରେ ବାନ୍ଧି ହେବାର ବାସନା ତାଙ୍କୁ ସ୍ପର୍ଶ କରି ପାରିଛି । ଜୀବନ ଆଉ ଜୀବନ ରାସ୍ତାକୁ ଠଉରେଇ ଆଗକୁ ଆଗକୁ ଚାଲିବାର ଅନ୍ୟନାମ ଡ.ଜୟନ୍ତୀ ଜେନା ।
ଜଣେ ବାସ୍ତବବାଦୀ ଔପନ୍ୟାସିକା ଭାବେ ପ୍ରାୟତଃ ଆଗଧାଡିରେ ତାଙ୍କର ସ୍ଥାନରହିଛି । ପ୍ରତିଟି ଶବ୍ଦ କଥା କୁହା ଜୀବନ୍ତ ଉପନ୍ୟାସ । ବେଳେବେଳେ ହୃଦୟକୁ ଥରେଇ ଦେଉଥିବା ତାଙ୍କ ଲେଖାରେ ବାସ ପରିସ୍ଫୁଟ ହୋଇଥାଏ । ନୀରବ ମନର ଅକୁହା କଥାକୁ ବିଶ୍ଳେଷଣ କରି ଚାଲନ୍ତି ସେ । ତାଙ୍କ ସୃଷ୍ଟି କେବଳ ଉପନ୍ୟାସରେ ସିମୀତ ନୁହଁ ବରଂ ଜଣେ କବୀ ଯାହାଙ୍କ ଶଦ୍ଦ ଗୁଡ଼ିକ ଆନ୍ଦୋଳନ ସୃଷ୍ଟି କରେ ଆଉ କେବେ କେବେ ହୃଦୟକୁ ତରଳାଇ ମଧ୍ୟ ଦେବାର ନଜିର୍ ରହିଛି ।
ଅଶ୍ଳିଳତା ସ୍ପର୍ଶ କରିନି ତାଙ୍କର ଲେଖନୀକୁ । ସେଥିପାଇଁ ବୋଧହୁଏ ପ୍ରତ୍ୟେକ ବର୍ଗର ଜନତା ଉପକୃତ ହୋଇଥାନ୍ତି ତାଙ୍କ ସୃଷ୍ଟିରେ । ତାଙ୍କର ଅନନ୍ୟ ଉପନ୍ୟାସ ଭିତରେ ମୋତିଫୁଲ, ନିଶବ୍ଦ ଅନ୍ଧାର, ସିମନ୍ତିନୀ, ସାଗର କୂଳେ ଦିନେ, ଭଙ୍ଗାସିଲଟ, ଶେଷ ଫଗୁଣର କଥା ବେଶ୍ ଜୀବନ୍ତ ଏବଂ ପାଠକୀୟ ଶ୍ରଦ୍ଧା ସାଉଁଟିବା ପରେ ପରେ ବର୍ତ୍ତମାନର ଉପନ୍ୟାସ "ରାଗ ବିପ୍ଲବିନୀ"।
ପ୍ରକାଶକ

SPANDITA MUHURTA
₹199.00
ଡ. ସଙ୍ଗୀତା ନାଏକ ପୁରୋହିତ ୧୯୬୧, ସେପ୍ଟେମ୍ବର ୧୪ ଗଣେଶ ପୂଜା ଦିନ ସ୍ୱର୍ଗତ ସତ୍ୟନାରାୟଣ ନାୟକ ଓ ସ୍ୱର୍ଗତା ସରଜୁ ଦେବୀଙ୍କ ପଞ୍ଚମ ସନ୍ତାନ ରୂପେ ମୋଦିପଡ଼ା ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ। ମୋଦିପଡ଼ା ପ୍ରାଥମିକ ବିଦ୍ୟାଳୟ, ଲେଡୀଲୁଇସ୍ ଉଚ୍ଚମାଧ୍ୟମିକ ବାଳିକା ବିଦ୍ୟାଳୟରୁ ମେଟ୍ରିକ୍ ପାସ୍ ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଏମ୍.ଫିଲରେ ଉତ୍ତୀର୍ଣ୍ଣ ହୋଇ ସାଂପ୍ରତିକ ଓଡ଼ିଆ କବିତାରେ ରହସ୍ଯବାଦୀ ଚେତନା(୧୯୪୭ ପରବର୍ତ୍ତୀ) ନାମକ ସନ୍ଦର୍ଭ ଲେଖି ଡକ୍ଟରେଟ୍ ଉପାଧି ଲାଭ କରିଥିଲେ ।
ଜଣେ ଛାତ୍ର ବତ୍ସଳ ଓଡ଼ିଆ ଅଧ୍ୟାପିକା ଭାବେ ଝାରସୁଗୁଡ଼ା ଜିଲ୍ଲାରେ ଜଣାଶୁଣା ଡ.ସଙ୍ଗୀତା ନାଏକ ୨୦୨୧ ଏପ୍ରିଲ ମାସରେ ଅବସର ନେବା ପରେ ମଧ୍ୟ ଓଡ଼଼ିଶା ରାଜ୍ୟମୁକ୍ତ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଦୁଇବର୍ଷ କାଳ ଦକ୍ଷତାର ସହ ସହପ୍ରଧ୍ୟାପିକାର କାର୍ଯ୍ୟ ତୁଳାଇଥିଲେ । ଶିକ୍ଷାବର୍ଷ ୨୦୨୫-୨୬ରେ ସେ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ ।
ସାହିତ୍ୟ ତାଙ୍କର ନିଶା ଓ ପେଶା । ଜଣେ ଉଚ୍ଚ କୋଟୀର ସାହିତ୍ୟ ସାଧିକା ଭାବେ ଛାତ୍ରୀ ଜୀବନରୁ ସେ ଲେଖା ଆରମ୍ଭ କରି କବିତା-ଗଳ୍ପ-ପ୍ରବନ୍ଧ-ସମୀକ୍ଷା ଦ୍ଵାରା ଓଡ଼଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଚାଲିଛନ୍ତି ।
ତାଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା ।