₹189.00
ଭିନ୍ନତାର ସ୍ୱାଦ ସବୁବେଳେ ଆକର୍ଷଣୀୟ ହୋଇଥାଏ । ଜନ୍ମ ଓ ଜୀବନ ସବୁବେଳେ କିଛି ନୂଆଁ କଥା ଜନ୍ମ ଦିଏ । ପ୍ରଶ୍ନ ଓ ମଣିଷର ମନ ସବୁବେଳେ ନୂତନ ଉନ୍ମାଦନା ସୃଷ୍ଟି କରେ ତେଣୁ ତାକୁ ବୁଝି ପାରିବାର କଳା ଏକ ଅଦୃଶ୍ୟ ଗଣିତର ଯାତ୍ରା ଅଟେ ନିଶ୍ଚୟ । ମଣିଷର ପ୍ରତ୍ୟେକ ପଦକ୍ଷେପ ସଂଖ୍ୟା ମାନଙ୍କ ନିରବ ଯାତ୍ରା ଅଟେ ।
"ଅଙ୍କର ଅଦୃଶ୍ୟ ରହସ୍ୟ" ପୁସ୍ତକରେ ଲେଖକ ଶ୍ରୀ ସରୋଜ କୁମାର ସାହୁ ଅତ୍ୟନ୍ତ ସରଳ, ପ୍ରାମାଣିକ ଓ ଗଭୀର ଶୈଳୀର ଯୁଗଳ ବନ୍ଦୀରେ ସଂଖ୍ୟା ଓ ମାନବ ଜନ୍ମ ମଧ୍ୟରେ ଥିବା ଅଦ୍ଭୁତ ସମ୍ପର୍କକୁ ଉପସ୍ଥାପନ କରିଛନ୍ତି । ଏହା କେବଳ ମାତ୍ର ପୁସ୍ତକ ନୁହେଁ ବରଂ ଆତ୍ମ ଅନୁସନ୍ଧାନ ତଥା ଜୀବନ ବୋଧର ଏକ ନୂତନ ଦିଗନ୍ତ ଅଟେ ।
ଏକ ଗବେଷଣା ଓ ଅଧ୍ୟୟନର ମିଳିତ ସ୍ୱରୂପ ଅଟେ। ଯେଉଁ ଠାରେ କି ଲେଖକଙ୍କ ଦୀର୍ଘ ଅନୁଭବର ଯାତ୍ରା, ସଂଖ୍ୟାର ଅନ୍ତର୍ନିହିତ ଶକ୍ତି, ଜୀବନର ସମ୍ଭାବନା ଓ ନିଷ୍ପତିର ଗୁପ୍ତ ସୂତ୍ର ଜାଣିବାର ଇଚ୍ଛା ରଖୁଥିବା ପ୍ରତ୍ୟେକ ପାଠକଙ୍କ ପାଇଁ ଏକ ମୂଲ୍ୟବାନ ଉପହାର ହେବ ।
ଶ୍ରୀ ସରୋଜ କୁମାର ସାହୁ ଙ୍କର ପୂର୍ବ ପ୍ରକାଶିତ "ପତିତପାବନଙ୍କ ଅମର ଗାଥା" ଓ "ଆଦ୍ୟ ଆଷାଢ଼" ଭଳି "ଅଙ୍କର ଅଦୃଶ୍ୟ ରହସ୍ୟ" ପୁସ୍ତକ ପୂର୍ବବତ୍ ପାଠକଙ୍କ ମନରେ ନୂତନ ଚିନ୍ତାଧାରାର ସଞ୍ଚାର କରିବ ଓ ଅଙ୍କର ଅଦୃଶ୍ୟ ସତ୍ୟତା ଜାଣିବାକୁ ନୂତନ ଆଗ୍ରହ ସୃଷ୍ଟି କରିବ ।
--ପ୍ରକାଶକ

Divya Muhurta
₹189.00
ଡ. ସଙ୍ଗୀତା ନାଏକ ପୁରୋହିତ ୧୯୬୧, ସେପ୍ଟେମ୍ବର ୧୪ ଗଣେଶ ପୂଜା ଦିନ ସ୍ୱର୍ଗତ ସତ୍ୟନାରାୟଣ ନାୟକ ଓ ସ୍ୱର୍ଗତା ସରଜୁ ଦେବୀଙ୍କ ପଞ୍ଚମ ସନ୍ତାନ ରୂପେ ମୋଦିପଡ଼ା ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ। ମୋଦିପଡ଼ା ପ୍ରାଥମିକ ବିଦ୍ୟାଳୟ, ଲେଡୀଲୁଇସ୍ ଉଚ୍ଚମାଧ୍ୟମିକ ବାଳିକା ବିଦ୍ୟାଳୟରୁ ମେଟ୍ରିକ୍ ପାସ୍ ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ସ୍ନାତକ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଲା ପରେ ଔପନ୍ୟାସିକ ଗୋବିନ୍ଦ ଦାସ ଉପରେ ଗବେଷଣା କରି ଏମ୍.ଫିଲରେ ଉତ୍ତୀର୍ଣ୍ଣ ହୋଇ ସାଂପ୍ରତିକ ଓଡ଼ିଆ କବିତାରେ ରହସ୍ଯବାଦୀ ଚେତନା(୧୯୪୭ ପରବର୍ତ୍ତୀ) ନାମକ ସନ୍ଦର୍ଭ ଲେଖି ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି ।
ଜଣେ ଛାତ୍ର ବତ୍ସଳ ଓଡ଼ିଆ ଅଧ୍ୟାପିକା ଭାବେ ଝାରସୁଗୁଡ଼ା ଜିଲ୍ଲାରେ ଜଣାଶୁଣା ଡ.ସଙ୍ଗୀତା ନାଏକ ୨୦୨୧ ଏପ୍ରିଲ ମାସରେ ଅବସର ନେବା ପରେ ମଧ୍ୟ ଓଡ଼଼ିଶା ରାଜ୍ୟମୁକ୍ତ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଦୁଇବର୍ଷ କାଳ ଦକ୍ଷତାର ସହ ସହପ୍ରଧ୍ୟାପିକାର କାର୍ଯ୍ୟ ତୁଳାଇ, ଶିକ୍ଷାବର୍ଷ ୨୦୨୫-୨୬ରେ ସେ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟ ସମ୍ପାଦନା କରିଛନ୍ତି ।
ପେଶାରେ ଅଧ୍ୟାପିକା ହେଲେ, ସାହିତ୍ୟ ତାଙ୍କର ନିଶା । ଜଣେ ଉଚ୍ଚ କୋଟୀର ସାହିତ୍ୟ ସାଧିକା ଭାବେ ଛାତ୍ରୀ ଜୀବନରୁ ସେ ଲେଖା ଆରମ୍ଭ କରି କବିତା-ଗଳ୍ପ-ପ୍ରବନ୍ଧ-ସମୀକ୍ଷା ଦ୍ଵାରା ଓଡ଼଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଚାଲିଛନ୍ତି ।
ମା'ଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା ।
ସାକ୍ଷୀ ଅଗ୍ରୱାଲ

Kabitare Natyakara
₹159.00
ଡ଼କ୍ଟର ସୀମାଞ୍ଚଳ ପ୍ରଧାନ ଏକାଧାରରେ ଜଣେ ସମାଲୋଚକ ଓ କବି। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କ ଦାନ ଅତୁଳନୀୟ। ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ସମାଲୋଚନା ତରଙ୍ଗ, କବିତାରେ ଦିବସ, ଓଡ଼ିଆଣୀର ଦିନଚର୍ଯ୍ୟା, କବିତାରେ ବାର୍ତ୍ତା, କବିତାରେ ପରବ, କବିତାରେ ଜଗନ୍ନାଥ ,କବିତାରେ ସୁରଭି ହେଉଛି ଅନ୍ୟତମ। ସେ ନିରୋଗ ରହନ୍ତୁ ,ପ୍ରଭୁ ଜଗନ୍ନାଥଙ୍କ ଠାରେ ମୋର ଏତିକି ପ୍ରାର୍ଥନା।